Nababharat News

କଲେଜରେ ଖଟି କରୁଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି କଲେଜରେ ଯଦି କେବେ ଖଟି କରିବାର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ପ୍ରଚୁର ଦରମା ପାଉଥିବା ସତ୍ତ୍ଵେ କାର୍ଯ୍ୟରେ ଅବହେଳା କରୁଛନ୍ତି ଅଧ୍ୟାପକ/ଅଧ୍ୟାପିକା । ଗତ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଟକ ଜିଲ୍ଲାର ଦୁଇଟି ସଂସ୍କୃତ ଅନୁଦାନପ୍ରାପ୍ତ କଲେଜକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଅଧିକାରୀ ମାନେ କଲେଜରେ କ୍ଲାସ୍ ସମୟରେ ଅଧ୍ୟାପକ ଓ ଅଣ ଅଧ୍ୟାପକ ମାନେ କ୍ଲାସ୍ ରେ ନଥିଲେ । ଅନ୍ୟ ସ୍ଥାନରେ ଚେୟାରରେ ବସି ଆରାମ କରିବା ସହ ମୋବାଇଲରେ ବ୍ୟସ୍ତ ଥିଲେ । ସେହିପରି ପିଲା ବି କ୍ଲାସରେ ନରହି ମୋବାଇଲରେ ବ୍ୟସ୍ତ ଥିଲେ। ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀ ମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ଯକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀର ବ୍ୟାପକ ଉଲଂଘନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଗିଦ କରିଛି ।

Exit mobile version