Nababharat News

ବୋମା ଧମକର ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ

କଟକ: ହାଇକୋର୍ଟ ବାର ଆସୋସିଏସନ ବୋମା ଧମକର ତଦନ୍ତ କରିବାକୁ ଦାବି କରିଛନ୍ତି । ଯେଉଁମାନେ ଏପରି ହୀନ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ଆସୋସିଏସନ ତରଫରୁ ଦାବି ହୋଇଛି । ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷାକୁ ନଜରରେ ରଖି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି । ସୂଚନା ଅନୁଯାଇ ରାଜ୍ୟର ୩ଟି କୋର୍ଟ ପରିସରରେ ବୋମା ରହିଛି ବୋଲି ଗୁରୁବାର ଇ-ମେଲ୍ ଆସିଥିଲା। କଟକ ଜିଲ୍ଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ମିଳିଥିଲା। ବେନାମୀ ଇମେଲ ଜରିଆରେ ଧମକ ଆସିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯାଞ୍ଚ ଜୋରଦାର କରାଯାଇଥିଲା।

Exit mobile version