Nababharat News

ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଗୋପାଳପୁର: ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖ ମାମଲାର ତଦନ୍ତ କରିବ। ଆଇଜି ଏସ୍‌ ସାଇନିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ତଦନ୍ତ କରାଯିବ । କ୍ରାଇମବ୍ରାଞ୍ଚର ଏକ ବିଶେଷ ଟିମ୍ ଏହି ମାମଲାରେ ସମସ୍ତ ଦିଗକୁ ବିଚାର କରି ତଦନ୍ତ କରିବ, ଯେଉଁଥିରେ ପୀଡ଼ିତାଙ୍କ ବୟାନ, ସାକ୍ଷୀଙ୍କ ସୂଚନା ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯିବ । ପୋଲିସ ଡିଜି ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାରେ ଛଡ଼ା ଯିବ ନାହିଁ ଏବଂ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଆଇନଗତ ପଦକ୍ଷେପ ନିଆଯିବ । ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୁକ୍ତଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ ।

Exit mobile version