Nababharat News

ଜରପଡା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଅନୁଗୁଳ: ଛତିଶଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍- CBG ଟ୍ୟାଙ୍କର ବିଳମ୍ବିତ ରାତିରେ ଜରପଡ଼ା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଖବର ପାଇ ଜରପଡା ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପାଖ ରାସ୍ତା ଅବରୋଧ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲା । ଟ୍ୟାଙ୍କରରେ ବିପଦପୂର୍ଣ୍ଣ ତଥା ଦହନଶୀଳ ଗ୍ୟାସ୍ ଥିବାରୁ ଦୁଇଟି ଦମକଳ ଆସି ଗାଡ଼ିକୁ ଜଗି ରହିଛନ୍ତି । ଏପଟେ ଅଗ୍ନିକାଣ୍ଡ ଭୟ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ସେହିପରି ଟ୍ୟାଙ୍କର ଓଲଟିବା କାରଣରୁ କୌଣସି ବିପଦ ଆଶଙ୍କା ରହିଛି କି ନାହିଁ CBG ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ୍ କରୁଛନ୍ତି ।

Exit mobile version