ହିଞ୍ଜିଳିକାଟୁରୁ ପ୍ରଭାତ କୁମାର ମହାରଣା
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ବିଜେଡିର ନେତା ଓ କର୍ମୀ ମାନେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ପଦଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେଠାରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନେତା ଓ କର୍ମୀ ମାନେ ଦଳକୁ ମଜବୁତ୍ କରିବା ସହ ବିଜେଡି ନେତୃତ୍ୱରେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ଶପଥ ପାଠ କରିଥିଲେ।
ଏହି ଅବସରରେ କଞ୍ଚୁରୁ ଠାରେ ବ୍ଲକ ବିଜେଡି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,କୃଷି ବିପଣନ ବୋର୍ଡର ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲା ବିଜେଡ଼ି ଉପ ସଭାପତି ଡି.ବିଶ୍ଵନାଥ , ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ , ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଡ଼ିଶା ମୋ ପରିବାରର ସମ୍ପାଦକ ନୀଳମଣି ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏଳା. ସୁଦର୍ଶନ , ସଭ୍ୟା ପ୍ରିତି ସାହୁ ଯୁବ ବିଜେଡ଼ି ସଭାପତି ମନୋଜ ସାବତ , ପୂର୍ବତନ କାଉନସିଲର କିରଣ ପଟ୍ଟନାୟକ, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ୟାରୀମୋହନ ପାଢ଼ୀ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ମହାରଣା, କେଶବ ମହାରଣା, ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ସରପଞ୍ଚ ନିଳାଞ୍ଚଳ ସାହୁ, ମଦନ ସେଠି, ବିକାଶ ସେଠି ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଓ ନେତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଉକ୍ତ ରକ୍ତଦାନ ଶିବିରରେ ୧୫ ମହିଳା ଙ୍କ ସମେତ ମୋଟ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।