Nababharat News

ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ୱର : ଗତ କିଛି ବର୍ଷ ଧରି ଓଡ଼ିଶାକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ୫ ବର୍ଷରେ ଓଡ଼ିଶା ଆସିଲେଣି ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ । ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୩ରେ ୪୫ ହଜାର ୧୭୩ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସର୍ବାଧିକ ୪ ହଜାର ୪୨୩ ଜାପାନ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତିବ। ଦ୍ୱିତୀୟରେ ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ପ୍ରାନ୍ସରୁ ୩୦୦୮ ପର୍ଯ୍ୟଟକ ଆସିଛନ୍ତି । ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଲିଖିତ ଉତ୍ତର ।

Exit mobile version