Nababharat News

ରାଜଧାନୀରେ ଖାଦ୍ୟ ସୁରକ୍ଷା ଯାଞ୍ଚ,ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ବିଏମ୍‌ସି ପକ୍ଷରୁ ତନାଘନା

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ । ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ । ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ସମ ହସ୍ପିଟାଲ ଛକ ନିକଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ବିଏମସି ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଛି ।
ତେବେ ସୂଚନା ଥାଉକି, କଲେରା ବ୍ୟାପିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ ନିର୍ଦ୍ଦେଶ ଜାରି କରିଛନ୍ତି । ଯାଜପୁର ଓ କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଵାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖିବା ସହ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ନମିଳିଛି ସେପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ । ପଡ଼ୋଶୀ ଜିଲ୍ଲାକୁ ନ ବ୍ୟାପିବା ଉପରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଉପରେ SCB ଡାକ୍ତରୀ ଟିମ ନଜର ରଖିଛି ।

Exit mobile version