Nababharat News

ରାଜଧାନୀର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ହୋଟେଲ୍ ପାରାଡାଇଜ୍ ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୫ଟି ଟିମ୍ ନିୟୋଜିତ ଥିଲେ।
ଖବର ଅନୁଯାୟୀ, ଆଜି ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା (ନୋ ଲିମିଟ୍)ବାର୍‌ ରେ ଲାଗିଥିଲା ନିଆଁ। ବାର୍‌ର ଉପରେ ଥିବା ଛାତରେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ଖବର ପାଇ ଦୁଇଟି ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀଙ୍କ ସୂଚନା ଅନୁଯାୟୀ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି। ଏଥିଲାଗି ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ତେବେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ଅଗ୍ନିକାଣ୍ଡର କାରଣ ଏଯାଏ ସାମ୍ନାକୁ ଆସିନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାର୍‌ରେ ଅଗ୍ନିଶମ ବିଭାଗର ଲାଇସେନ୍ସ ନଥିଲା କି ନିୟମ ମାନୁ ନଥିଲେ ବାର୍ ମାଲିକ। ଉକ୍ତ ବାରରେ ହୁକ୍କା ବାର୍ ଚାଲୁଥିବାର ପ୍ରମାଣ ମିଳିଛି। ଏହି ବାର୍‌କୁ ଲାଇସେନ୍ସ ଦିଆଯାଇନଥିଲା ବୋଲି ଅବକାରୀ ବିଭାଗରୁ ସୂଚନା ଦିଆଯାଇଛି। କେମିତି ବେଆଇନ୍ ଭାବେ ଏହି ବାର୍ ଚାଲୁଥିଲା, ତାହାର ଖୋଳତାଡ଼ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Exit mobile version