Nababharat News

ଆହ୍ଵାନ ଟିଭି ଓଡିଆର ୫ ବର୍ଷ  ପୂର୍ତ୍ତି, ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆହ୍ଵାନ ସେବା ସମ୍ମାନ 

Pravat Tripathy,Banki

ଭୁବନେଶ୍ଵର:ଅଗ୍ରଣୀ ଲୋକପ୍ରୀୟ ସାପ୍ତାହିକ ଏବଂ ୱେବ ମିଡ଼ିଆ ଆହ୍ବାନ ଟିଭି ଓଡ଼ିଆ ପକ୍ଷରୁ ୫ବର୍ଷ ପୂର୍ତ୍ତି ଅବସର ରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍  କିଆପଲ୍ଲା କଲ୍ୟାଣ ମଣ୍ଡପ ଠାରେ ଲୋକସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲ। କଟକ ଶାନ୍ତି କମିଟି ର ସଭାପତି, ବରିଷ୍ଠ ରାଜନେତା, ଓଡିଶା ବିଧାନ ସଭାର ପ୍ରାକ୍ତନ  ମୂଖ୍ୟ ସଚେତକ ତଥା ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ  ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀ ଙ୍କୁ ଆହ୍ଵାନ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା

ସେହିପରି ସ୍ଥାନୀୟ ଅଞ୍ଚଳ ରେ ଲୋକସେବା କ୍ଷେତ୍ର ରେ ସୁନାମ ଅର୍ଜନ କରିଥବା ସାମ୍ୱାଦିକ ଅରବିନ୍ଦ ବୀରବର ହରିଚନ୍ଦନ, ସମାଜ ସେବୀ ସଦାଶିବ ଦାଶ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ପୁଷ୍ପଲତା ସାମନ୍ତ,  ଜିଲ୍ଲାପରିଷଦ ସଞ୍ଜୟ ପାତ୍ର, କିଆପଲ୍ଲା ସରପଞ୍ଚ ଗୀତାଞ୍ଜଳି ସାହୁ, କିଆପଲ୍ଲା ସମିତି ସଭ୍ୟ ବିରଞ୍ଚି ସାହୁ, ବ୍ରହ୍ମପୁରା ସେବା ସମବାୟ ସମିତି ସଭାପତି ପ୍ରମୋଦ କୁମାର ପଣ୍ଡା ଙ୍କୁ ଆହ୍ୱାନ ପ୍ରଭାତ ପ୍ରତିଭା ସମ୍ନାନ ରେ ସମ୍ବର୍ଦ୍ଧିତ କରାଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆହ୍ଵାନ ଟିଭି ର ସମ୍ପାଦକ ମନୋରଂଜନ ପଣ୍ଡା  ଓ ନିର୍ଦ୍ଧେଶକ ଅଜୟ କୁମାର ପଣ୍ଡା  ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  ଆହ୍ଵାନ ଟିଭି ଓଡିଆ ୱେବ ଚାନେଲ ପକ୍ଷରୁ ଏହି ଉତ୍ସବ ରେ ସ୍ଥାନୀୟ ଅଞ୍ଚଳ ବାସୀ , ବୁଦ୍ଧିଜିବୀ ଓ ସାମ୍ୱାଦିକମାନେ  ଉପସ୍ଥିତ ରହି  ସମ୍ବାଦ ପରିବେଷଣ ଓ  ସମାଜ ସେବା କ୍ଷେତ୍ରରେ ଆହ୍ଵାନ ଟିଭି ର ପ୍ରୟାସ କୁ ପ୍ରଶଂସା କରିଥିଲେ। ଆହ୍ଵାନ ଟିଭି ଓଡ଼ିଆ ପୂଜ୍ୟ ପୂଜା କୁ ସମ୍ମାନ ଦେବା ଶହ ଆଗାମୀ ଦିନରେ ଲୋକ ସେବା କ୍ଷେତ୍ର ରେ ସୁନାମ ପ୍ରାପ୍ତ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିବ ବୋଲି ଆହ୍ୱାନ ଟିଭି ର ନିର୍ଦ୍ଧେଶକ ତଥା ଯୁବ ସାମ୍ୱାଦିକ ଅଜୟ କୁମାର ପଣ୍ଡା ଙ୍କ ସୂଚନା ଦେଇଥିଲେ।

Exit mobile version