ଭୁବନେଶ୍ୱର: ଅର୍ଥ ହେରଫେର୍ ଏବଂ ଜମି ଜାଲିଆତି ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି । ହାଇଟେକ୍ ମେଡ଼ିକାଲ କଲେଜ ଓ ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ସହିଦନଗରସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଇଡି । ପୂର୍ବରୁ ସାହାରା ଇଣ୍ଡିଆ ବିରୁଦ୍ଧରେ ସେବି ଓ ଇଡିରେ ଅଭିଯୋଗ ହୋଇଥିଲା । ବ୍ୟାପକ ଆର୍ଥିକ ହେରଫେର ନେଇ ମାମଲା ରୁଜୁ ହୋଇଥିଲା । ସାହାର ଇଣ୍ଡିଆର ଦେଶରେ ବିଭିନ୍ନ ସ୍ଥାନରେ ଜମି ରହିଛି । ସାହାରା ଇଣ୍ଡିଆର ଜମିକୁ ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ଜାଲିଆତି କରି କମ୍ ମୂଲ୍ୟରେ କିଣିବା ସହିତ ବିକ୍ରି ମଧ୍ୟ କରୁଥିଲା । ଯାହାକୁ ନେଇ ସେବିରେ ଅଭିଯୋଗ ହୋଇଥିଲା । ସେବି ମଧ୍ୟ ବାରମ୍ବାର ନୋଟିସ୍ କରିଥିଲା କିନ୍ତୁ କୌଣସି ଜବାବ ମିଳିନଥିଲା । ତେବେ ଆଜିର ଚଢ଼ଉରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହସ୍ତଗତ ହୋଇଥିବା ଜଣାପଡ଼ିଛି । ଚଢ଼ଉବେଳେ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ତେବେ ହାଇଟେକ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ହାଇଟେକ୍ ମେଡିକାଲ କଲେଜ ମଧ୍ୟ ଏଥିରେ ସାମିଲ ।
ଭୁବନେଶ୍ୱରର ୫ଟି ସ୍ଥାନରେ ଇଡିର ଚଢ଼ଉ
