ପୁରୀ: ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି । ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ସହ ସାଥୀରେ ଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ୱତ, ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ସେ କହିଛନ୍ତି , ମହାପ୍ରଭୁ ଆମ ରାଜ୍ ,ଦେଶ,ସମଗ୍ର ମାନବ ଜାତି କୁ ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହା ହିଁ ରଥଯାତ୍ରାର ସନ୍ଦେଶ । ଏଥର ରଥଯାତ୍ରା ର ମର୍ଯ୍ୟାଦା ସମଗ୍ର ବିଶ୍ୱରେ ଆହୁରି ବଢ଼ିଛି । ଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସପତ୍ନିକ ରଥଯାତ୍ରା ଦେଖିବାକୁ ଆସିଥିବାରୁ ତାଙ୍କୁ ସ୍ୱାଗତ କରୁଛି । ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମେ ସେବା କରୁଛୁ । ସନାତନ ପରମ୍ପରା ରକ୍ଷା ଦିଗରେ ସର୍ବଦା କାର୍ଯ୍ୟ ଜାରି ରଖିଛୁ ।
ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
