Nababharat News

ନାବାଳିକାଙ୍କ ମୃତଦେହ ଉଦ୍ଧାର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର:ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ଫାଣ୍ଡି ଅଧୀନ ବର୍ତ୍ତନା ଗ୍ରାମ ପଞ୍ଚାୟତର ଗୋଟିଏ ଜଙ୍ଗଲରୁ ଆଜି ନାବାଳିକାଙ୍କ ମୃତଦେହ ମିଳିବା ପରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକ।ପୁଲିସ୍ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛନ୍ତି। କିନ୍ତୁ ପୁଲିସ ଏ ସମ୍ପର୍କରେ କିଛି ବି କହି ନାହିଁ। ଏବେ ଘଟଣାର ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।ପରିବାର ଲୋକଙ୍କ କହିବା କଥା ଯେ ନାବାଳିକା ଜଣଙ୍କ ୫ ଦିନ ତଳେ ଘରେ ଥିଲେ। ସେ କୌଣସି କାମରେ ଘରୁ ବାହାରି ଥିବା ବେଳେ ଆଉ ଫେରି ନଥିଲେ। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହ ପୁଲିସରେ ମଧ୍ୟ ଅଭିଯୋଗ କରିଥିଲେ।୫ ଦିନ ହେଲା ପୁଲିସ୍‌ ଘଟଣାର ଯାଞ୍ଚ କରୁଥିବା ବେଳେ ଆଜି ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ନାବାଳିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

Exit mobile version