Nababharat News

ଭିଷ୍ମଗିରି ହାଇସ୍କୁଲ୍ ରେ ହୀରକ ଜୟନ୍ତୀଉତ୍ସବପାଳିତ

ଶାନ୍ତନୁ କୁମାର  ରଣା

ଦିଗପହଣ୍ଡି:  ଭିଷ୍ମଗିରି ହାଇସ୍କୁଲ୍ର ହୀରକ ଜୟନ୍ତୀ ଉତ୍ସବ ଆଜି  ଉଦଯାପିତ ହୋଇଯାଇଛି। ଗତକାଲି  ୨୬ ତାରିଖରେ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ଉତ୍ସବର  ଆଜି  ଉଦଯାପନ  ହୋଇଛି। ମୁଖ୍ୟ ଅତିଥଭାବେ  ବ୍ରହ୍ମପୁର ସାଂସଦ  ଚନ୍ଦ୍ର ଶେଖର ସାହୁ,   ମୁଖ୍ୟବକ୍ତା ଭାବେ  ଆଶୋକ ଗାଙ୍ଗୁଲି, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ  ଓ  ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନିଂଟୋରିଅମ ର  ଅବସରପ୍ରାପ୍ତ  ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଯୋଗଦେଇଥିଲେ। 

ହୀରକ ଜୟନ୍ତୀ କମିଟି ସଭାପତି ବାଳକୃଷ୍ଣ ପଣ୍ଡା  ସଭାପତିତ୍ବ କରିଥିଲେ । ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ୧୯୬୩ ମସିହାଠାରୁ ଆଜିପର୍ଯ୍ୟନ୍ତ୍  ପୁରାତନ ଛାତ୍ର ପ୍ରାୟ  ସାଢେ଼ ତିନି ହଜାରରୁ ଅଧିକ ଯୋଗଦେଇଥିଲେ । ଏହି ସଭାରେ ,ନିଜ ହାତରେ ସ୍କୁଲ ଓ ପିଲାଙ୍କୁ ଗଢିଥିବା  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ମହାନ୍ ପ୍ରଧାନ ଶିକ୍ଷକ  ସ୍ଵର୍ଗତ  ନରସିଂହ ବ୍ରହ୍ମା  ଙ୍କ ସ୍ମୃତି ଚାରଣ କରାଯାଇଥିଲା l  ଏବଂ ପ୍ରତିବର୍ଷ ସର୍ବୋଚ୍ଚ ନମ୍ବର୍ ରଖି  ଦଶମ(ପୂର୍ବର ଏକାଦଶ) ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ, ଏହି ସ୍କୁଲର ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓ କମିଟି ର କର୍ମକର୍ତ୍ତାମାନଙ୍କୁ  ମଧ୍ୟ ସମ୍ମାନିତ କରାଯାଇଥିଲା ।

Exit mobile version