ବାଲେଶ୍ୱର:ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଏଫ୍ଏମ୍ କଲେଜରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଚତୁର୍ଥ ଦିନରେ କ୍ରାଇମ୍ବ୍ରାଞ୍ଚ ଟିମ୍ର ଖୋଳତାଡ଼ ଜାରି। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହ କ୍ରାଇମ୍ବ୍ରାଞ୍ଚ DGଙ୍କ ଆଲୋଚନା ।ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ଵିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । ଏହି ୨ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିସାରିଥିବା ଜଣାପଡ଼ିଛି । ବର୍ତ୍ତମାନ ଓ ପୂର୍ବତନ ଛାତ୍ର ମାନଙ୍କୁ ପଚରାଉଚରା ଜାରି ରହିଛି । ଘଟଣାକୁ ନେଇ ଆଇସିସି କମିଟି ସଦସ୍ୟ ମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଟିମ୍ ମଧ୍ୟ ଆଇସିସି କମିଟି ସଦସ୍ୟ ମାନଙ୍କୁ ଝାଳବୁହା ଜେରା କରିଛନ୍ତି । ଏକପାଖିଆ ରିପୋର୍ଟ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପରିଣାମ ଭୋଗିବାକୁ ସେମାନଙ୍କୁ ଆହ୍ବାନ ଦିଆଯାଇଛି । ସେହିପରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ମଧ୍ୟ କଲେଜରେ ଅଧିକ ତନାଘନା ଚଳାଇଛି I
ଏଫ୍ଏମ୍ କଲେଜରେ କ୍ରାଇମ୍ବ୍ରାଞ୍ଚ ଡିଜି
