Nababharat News

କରୋନା ମାର୍ଗଦର୍ଶିକା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ଦେଶରେ JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଚାଲିଥିବା ବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକଙ୍କ ତରଫରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫୨ କୋରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କୋଭିଡର ସକ୍ରିୟ ମାମଲା ସଂଖ୍ୟା ୩,୪୨୦ରେ ପହଞ୍ଚି ଯାଇଛି। ଏଥିସହ ଆଉ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏହି ତଥ୍ୟ ଜାରିକରାଯାଇଛି। 
ଦେଶରେ କିଛି ଦିନ ହେବ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ପୁଣି ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରକୁ ଗଲା ବେଳେ ନିଶ୍ଚୟା ମାସ୍କ ପିନ୍ଧିବାକୁ ସେମାନଙ୍କୁ ସାବଧାନ କରାଇଦିଆଯାଇଛି। ଏପରି ଲୋକମାନକୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି।
ଏଠାରେ ଉଲେଖଯୋଗ୍ୟ ଯେ ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୨୦ ଦିନ ପରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Exit mobile version