Nababharat News

କଂଗ୍ରେସ ଭବନରେ ପାଳନ ହେଲା ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ପତକା ଉତ୍ତୋଳନ କରିବା ସହ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ଲଢେଇ ଜୋରଦାର କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଅବସ୍ଥା ଆହୁରି ଖରାପ ହୋଇଛି ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠାରେ କଂଗ୍ରେସର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜି ଦେଶରେ ଗଣତନ୍ତ୍ର ବଦଳରେ ଫାଶୀବାଦର ପ୍ରଚଳନ ଚାହୁଁଚି ବିଜେପି ସରକାର। ଦେଶରୁ ନେହୁର ଓ ମହାତ୍ମାଗାନ୍ଧୀଙ୍କୁ ଜନମାନସରୁ ହଟେଇବାକୁ ଉଦ୍ୟମ କରୁଛି ବିଜେପି। ଧର୍ମକୁ ନେଇ ରାଜନୀତି କରୁଛି ବିଜେପି। ଦେଶର ଧର୍ମନିରପେକ୍ଷତାକୁ କୁଠାରଘାତ କରୁଛନ୍ତି। ସିବିଆଇ ଓ ଇଡି ପରି ସଂସ୍ଥାମାନଙ୍କୁ ହାତ ବାରିସି କରି ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି ସରକାର ।

Exit mobile version