Nababharat News

ଡ଼ିଏଭି ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସ୍ଥାନୀୟ ଡ଼ିଏଭି ପବ୍ଲିକ୍ ସ୍କୁଲର ୩୫ତମ ବାର୍ଷିକୋତ୍ସବ ମୋଗ୍ନୋଲିଆରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀଙ୍କ ପୌରୋହିତ୍ୟରେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ତପନ କୁମାର ପଣ୍ଡା ମୁଖ୍ୟ ଅତିିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଦିବସର ଗୁରୁତ୍ୱାରୋପ ପରେ ଅଧ୍ୟକ୍ଷା ଶ୍ରୀମତି ପାଢ଼ୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ବିଦ୍ୟାଳୟର ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଅଭିଭାବକ ଓ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ରଣପା, ଧୀମ୍‌ସା, ସମ୍ବଲପୁରୀ, ଛଉ, କରମା, କୁଲ ନୃତ୍ୟ ପରିବେଷିତ ହୋଇଥିଲା । ଆଞ୍ଚଳିକତାର ସ୍ୱର ବିଷୟ ଉପରେ ପର୍ଯ୍ୟବେଷିତ ଏହି କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ ହୋଇପାରିଥିଲା । ଶେଷରେ ଜାତୀୟ ସଙ୍ଗୀତ ଗନ କରାଯାଇ ଉତ୍ସବର ପରିସମାପ୍ତି ଘୋଷଣା କରାଯାଇଥିଲା । ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଜୟନ୍ତ ମହାପାତ୍ର, ସମିତି ସଦସ୍ୟ ଇଞ୍ଜିନିୟର ଶରତ ଚନ୍ଦ୍ର ଚୌଧୁରୀ, ଡ଼କ୍ଟ ଏସ୍‌.ଏନ୍‌.ପଣ୍ଡା, ଡ଼କ୍ଟର ଏସ୍‌.ସି.ପାଢ଼ୀ, ଡ଼କ୍ଟର ଦିବାକର ପାଣିଗ୍ରାହୀ, ଏନ୍‌.ଟି.ରାଠୋର, ଆର୍‌. ମୁରଲୀ କ୍ରୀଷ୍ଣା, ସିଲ୍ଲା ଲକ୍ଷ୍ମୀ ନାରାୟଣା, ପୂର୍ବତନ ଅଧ୍ୟକ୍ଷା ଦୀପ୍ ଗମ୍ଭୀର, ଭଞ୍ଜନଗର ଡ଼ିଏଭି ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ, ଛତ୍ରପୁର ଡ଼ିଏଭି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ସାହୁ, ଗୋଳାବନ୍ଧ ଆର୍ମି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ପ୍ରଦୀପ କୁମାର ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Exit mobile version