Nababharat News

ଚାର୍ଟର୍ ବିମାନ ଦୁର୍ଘଟଣାର ହେବ ତଦନ୍ତ

ଭୁବନେଶ୍ୱର: ଚାର୍ଟର୍ ବିମାନ ଦୁର୍ଘଟଣାକୁ ନେଇ ‘ମେ ଡେ’ କଲ୍ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ । ନିର୍ଦ୍ଦେଶକଙ୍କ ସୂଚନା ଅନୁଯାଇ ଚାର୍ଟର୍ ବିମାନ (VT-KSS) ଅପରାହ୍ନ ୧୨:୨୭ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁଥିରେ ୪ ଜଣ ଯାତ୍ରୀଙ୍କ ସମେତ ୬ ଜଣ ଥିଲେ । ଠିକ୍ ୧୨:୫୮ରେ ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗରେ ଆସିଥିଲା । ଏହା ପରେ ଦିନ ୧:୧୪ରେ ବିମାନ ଚାଳକ ମେ ଡେ କଲ୍ କରିଥିଲେ । ଏହା ୧:୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ପାଇଲଟଙ୍କ ଶେଷ ମେସେଜ୍ ଥିଲା ଯେ ସେ ଏକ ପଡ଼ିଆରେ ଜରୁରୀଅବତରଣ କରୁଛି । ଯାହାକି ଏକ ଫୋର୍ସ ଲ୍ୟାଣ୍ଡିଂ ବୋଲି ନିର୍ଦ୍ଦେଶକ କହିଛନ୍ତି । ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଦିଲ୍ଲୀରୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଡ ଇନଭେଷ୍ଟିଗେସନ୍ ବ୍ୟୁରୋ ରବିବାର ଘଟଣାସ୍ଥଳରେ ପହଁଚି ତଦନ୍ତ କରିବେ । ଭୁବନେଶ୍ୱର ଏବଂ Properly ଡିଜିସିଏ ଟିମ୍ ମଧ୍ୟ ତଦନ୍ତ କରିବ।

Exit mobile version