Nababharat News

୭ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ଲେଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟର ଯେଉଁ ସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନ ପରିବର୍ତ୍ତନ ହୋଇନାହିଁ, ସେଗୁଡ଼ିକୁ ଆସନ୍ତା ୭ ଦିନ ଭିତରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିର୍ଦ୍ଦିଷ୍ତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ସହ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି।ଗତ ଜୁନ୍ ୨୨, ୨୦୨୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ସରକାରୀ କାର୍ଯ୍ୟାଳୟ ପାଇଁ ଏକ ମାସ ଏବଂ ବେସରକାରୀ ତଥା ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ଧାର୍ଯ୍ୟ ହୋଇଥିଲା।ରାଜ୍ୟର କିଛି ସରକାରୀ ଅଫିସର ସାଇନବୋର୍ଡରେ ଏବେବି ପୁରୁଣା ଇଂରାଜୀ ବନାନ ବ୍ୟବହୃତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏପରି ଅସଙ୍ଗତି କ୍ୟାବିନେଟ୍ ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟକୁ ବାଧାପ୍ରାପ୍ତ କରୁଥିବାରୁ, ସମସ୍ତ ସରକାରୀ ଓ ବେସରକାରୀ ସ୍ଥାନନାମରେ ସମାନତା ବଜାୟ ରଖିବାକୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।

Exit mobile version