Nababharat News

କଟକ ରେ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି l କମିସନରେଟ୍‌ ପୋଲିସ କହିଛି ଯେ, ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ଠିକ ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡ଼ିଥିଲା। ଯାହାଫଳରେ ଏହି ଅଘଟଣ ଘଟିଥିଲା l ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

 

Exit mobile version