ଭୁବନେଶ୍ୱର : ଆଜିଠୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ। ଚଳିତ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା।ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ l ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷା ଦିଗରେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଗୋଟିଏ ସ୍ପେସାଲ୍ ଟାକ୍ଟିକାଲ ୟୁନିଟ୍ ନିୟୋଜିତ ହେବେ। ୮ଜଣ ଅତିରିକ୍ତ ଡିସିପି ଙ୍କ ସହ ୨୪ଜଣ ଏସିପି, ୨୭ଜଣ ଇନସ୍ପେକ୍ଟର ଓ ୧୧୦ ଜଣ ଏସଆଇ ଓ ଏସଆଇ ସହ ୫୫ଜଣ ମହିଳା କନଷ୍ଟେବଳ ସୁରକ୍ଷାରେ ନିୟୋଜିତ ହେବେ। ଏଥିସହ ଡଗ ସ୍କ୍ୱାଡ୍ ସହ ଫାୟାର ୟୁନିଟ ଓ ଆମ୍ବୁଲାନ୍ସ ମୁତୟନ ହେବେ। ରୁଫ୍ ଟପ୍ ସିକ୍ୟୁରିଟି ମଧ୍ୟ ରହିବେ l ଏନେଇ ସୁରକ୍ଷାର ତଦାରଖ କରୁଛନ୍ତି ସିପି ଓ ବରିଷ୍ଠ ପୋଲିସ ଅଧିକାରୀ।
କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ
