Nababharat News

ବିଏମ୍‌ସି ପକ୍ଷରୁ ପକ୍କା ଘର ଆବଣ୍ଟନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ ବସ୍ତି, ମଙ୍ଗଳା ବସ୍ତି ଆଦି ୧୦ରୁ ଅଧିକ ବସ୍ତିର ୧୬୭ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କାଘର ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଗୃହ ଆବଣ୍ଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କୁ ଦିଆଯିବାକୁ ଥିବା ଘରେ ଅତ୍ୟାଧୁନିକ ସୁବିଧା ରହିବା ବସ୍ତିବାସିନ୍ଦାଙ୍କ ପାଇଁ ୬ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟର ନିର୍ମାଣ କରାଯାଉଛି, ଯେଉଁଠି ଲିଫ୍ଟ ଲାଗିବା ଆପାର୍ଟମେଣ୍ଟର ସମସ୍ତ ଦାୟିତ୍ବ ବୁଝିବା ପାଇଁ ସ୍ବତନ୍ତ୍ର କମିଟି ଗଠନ ହେବା ସବୁଠି ମାର୍କେଟ କମ୍ପ୍ଲେକ୍ସ ସୁବିଧା ରହିବା ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ରହୁଥିବା ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ମାର୍କେଟ କମ୍ପ୍ଲେକ୍ସ ଗୃହ ପ୍ରଦାନ କରାଯିବା ଆର୍ଥିକ ବିକାଶ ସହ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଆଦି ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

Exit mobile version