Nababharat News

୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ

ଭୁବନେଶ୍ୱର: ନୂଆ ବିଧାୟକ, ନୂଆ କର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ନେବା ପାଇଁ ଆସନ୍ତା ୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ଆହୁରି କହିଛନ୍ତି ଯେ, ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ପଞ୍ଚାୟତ ପୂର୍ବରୁ ସଂଗଠନ ସଜାଡ଼ିବା ପାଇଁ ଏହି ପ୍ରଶିକ୍ଷଣ ଶିବିର। ସବୁ ସ୍ତରରେ ପ୍ରଶିକ୍ଷଣ ଶିବିର ହେବ। ଏଥର ଭିନ୍ନ ଧରଣର ହେବ। ପ୍ରଥମେ ରାଜ୍ୟ ଏବଂ ପରେ ଜିଲ୍ଲା ପରେ ୨୫ ତାରିଖରେ ଜୋନାଲ ସ୍ତରୀୟ ଶିବିର ଆୟୋଜନ କରାଯାଇଛି। ଝାଡ଼ଖଣ୍ଡ, ସିକ୍କିମ, ଆଣ୍ଡମାନ ସମେତ ପୂର୍ବାଞ୍ଚଳ ରାଜ୍ୟର ବିଜେପି ନେତା ଯୋଗ ଦେବେ। ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ସେ ରାଜ୍ୟର ପ୍ରତିନିଧି ଜୋନାଲ ପ୍ରଶିକ୍ଷଣ ଶିବିର ଯୋଗ ଦେବେ ନାହିଁ। ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ। ନୀତିନ ନବୀନ ଖୁବଶୀଘ୍ର ଓଡ଼ିଶା ଆସିବେ।

Exit mobile version