Nababharat News

ନିଲମ୍ବିତ ହେଲେ ବିଜେଡି ନେତା

ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ । ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାମରେ ସେ ଲିପ୍ତ ଥିବା ଖବର ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ । ସେପଟେ ବିଜେଡିରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ହେଉଛି । କେତେବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ କାହାକୁ ବହିଷ୍କୃତ କରାଯାଉଛି ତ ଆଉ କେତେବେଳେ କିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି ।

Exit mobile version