Nababharat News

ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବିଧାୟକ

ଭୁବନେଶ୍ୱର : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ସନାତନ ମହାକୁଡ଼ ଚମ୍ପୁଆ ଆସନରୁ ସ୍ବାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଗତବର୍ଷ ସନାଙ୍କୁ ତାଗିଦ କରିଥିଲେ ନବୀନ । ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବାରୁ ତାଗିଦ କରିଥିଲେ । ଏବେ ସନାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।

Exit mobile version