Nababharat News

୧୦ ଲକ୍ଷ ଭୋଟର ବାଦ୍ ପଡିବା ପରେ ବିଜେଡି ର ପ୍ରତିକ୍ରିୟା

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ପଡୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରକ୍ରିୟାରେ ଅତି ବେଶୀରେ ୭ ଲକ୍ଷ ଭୋଟର ବାଦ୍ ପଡୁଥିବା ବେଳେ ଅଧିକ ୩ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଥିବାରୁ, ସନ୍ଦେହ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ, ଅଧିକ ଭୋଟରଙ୍କ ନାମ ବାଦ୍ ପଡିବା ଆଶଙ୍କା ଦେଖାଦେଇଛି । ବିଶେଷକରି ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ, ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା ।

Exit mobile version