Nababharat News

ଦଳୀୟ ବିଧାୟକଙ୍କୁ ଟାସ୍କ ଦେଲେନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଆଉ ସେମାନଙ୍କଠାରୁ ଲୋକଙ୍କ ସମସ୍ୟା ବୁଝି ତା’ର ସମାଧାନ ପାଇଁ ବିଧାୟକଙ୍କୁ ଦେଇଛନ୍ତି ଟାସ୍କ । ବିଧାୟକଙ୍କ ପରେ ବିଜେଡି ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଭଳି ଦଳୀୟ ସଂଗଠନ ପୁଣି ପୂର୍ବଭଳି ମଜବୁତ୍ ହୋଇପାରିବ ସେନେଇ ଦେଇଛନ୍ତି ଉଚିତ୍ ପରାମର୍ଶ। ଏହା ସହିତ ରାଜଧାନୀରେ ନବସି ଗାଁକୁ ଯାଇ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ କହିଛନ୍ତି lଗତ ସାଧାରଣ ନିର୍ବାଚନରେ ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପରାସ୍ତ ହୋଇଛି ସେସବୁ ସ୍ଥାନରେ ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ସଭାପତି । ତୃଣମୂଳସ୍ତରର ନେତା, କର୍ମୀ କିଭଳି ଦଳ ସହ ଯୋଡ଼ି ହୋଇ ଅଧିକ କାମ କରିବେ ସେନେଇ ମଧ୍ୟ ପ୍ଲାନ୍ ପ୍ରସ୍ତୁତ ହୋଇଛି l

Exit mobile version