Nababharat News

ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ୧୯୯୩ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କୁ ଓଡ଼ିଶାର ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ରଙ୍କୁ ଡିଜିପି ପଦର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ତାଙ୍କ ପରେ ଶ୍ରୀ ମିଶ୍ର ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତାଙ୍କର ଦୀର୍ଘ ଦିନର ପ୍ରଶାସନିକ ଓ ପୁଲିସ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୁପ୍ରିମକୋର୍ଟରେ ଶୁଣାଣି ପରେ ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ହେବ।

Exit mobile version