Nababharat News

ପ୍ରଦୀପ ଜେନା ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ଵର: ଭୁବନେଶ୍ଵର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ତଥା ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି ପ୍ରଦୀପ । ଅସିତଙ୍କୁ ୧୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି ପ୍ରଦୀପ । ଚଳିତ ଥର ନିର୍ବାଚନରେ ୭୪ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର କ୍ଲବର ବିଭିନ୍ନ ପଦବୀ ପାଇଁ ଶନିବାର ଓ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭୋଟ ଗଣତି ପରେ ରବିବାର ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ପ୍ରଦୀପ ହେଉଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ତଥା ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ । ସେହିପରି ପ୍ରଗତି ମହାନ୍ତି ୬୦ ଭୋଟ ବ୍ୟବଧାନରେ ଉପାଧ୍ୟକ୍ଷ ଭାବରେ ବିଜୟୀ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି । ସମ୍ବିତ ମହାନ୍ତି ୬୮ ଭୋଟ ବ୍ୟବଧାନରେ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ।

Exit mobile version