Nababharat News

ସୋସିଆଲ ମିଡିଆ ୟୁଜର୍ସଙ୍କୁ ସତର୍କ କରାଇଲା ଭଦ୍ରକ ପୋଲିସ

ଭଦ୍ରକ :ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପୋଷ୍ଟ କରନ୍ତି ତେବେ ଯେକୌଣସି ସମୟରେ ଗିରଫ କରିବ ଭଦ୍ରକ ପୋଲିସ ବୋଲି l ମଙ୍ଗଳ ବାର ଦିନ ଜିଲ୍ଲା ପୁଲିସ ପକ୍ଷରୁ ଏକ ଆଡ୍‌ଭାଇଜରି ଜାରି ହୋଇଛି । ଯେଉଁଥିରେ ଏଭଳି କାର୍ଯ୍ୟ ନ କରିବାକୁ ଭଦ୍ରକ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା 353(2)ଓ 299 ଅନୁଯାୟୀ ଦଣ୍ଡନୀୟ ଅପରାଧ । ଯଦି କେହି ଏପରି କରୁଛି ତା ଉପରେ ନଜର ରଖାଯିବ ବୋଲି କୁହାଯାଇଛି ।

ଏଭଳି ମନ୍ତବ୍ୟ କାହା ନଜରକୁ ଆସିଲେ ଜିଲ୍ଲା ପୋଲିସକୁ ଜଣାଇବା ପାଇଁ କୁହାଯାଇଛି l ଏଥିପାଇଁ ଏକ ଫୋନ ନମ୍ବର ୮୪୮୦୬୯୩୭୯୧ ଜାରି କରାଯାଇଛି । ଜନ ସାଧାରଣ ଏହି ନମ୍ବର ମାଧ୍ୟମରେ ସମ୍ପୃକ୍ତ ପୋଷ୍ଟ ଲିଙ୍କ୍, ସ୍କ୍ରିନ୍‌ସଟ୍ ବା ମନ୍ତବ୍ୟ ପଠାଇ ପାରିବେ । ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ ।

Exit mobile version