Nababharat News

ଜମି ବିବାଦ କୁ ନେଇ ପୋଲିସ ଆଗରେ ଗୁଳି ଚାଳନା : ବାରଙ୍ଗ

ବାରଙ୍ଗ: ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୨ଟା ରେ ତ୍ରିଶୂଳିଆ ଛକ କୁସିନ୍ଦା ଗ୍ରାମ ନିକଟରେ ଥିବା ଏକ ବିଲଡର ପ୍ରୋଜେକ୍ଟରେ କାମ ଚାଲୁଥିବା ବେଳେ ହଠାତ୍ ଏକ କଳା ରଙ୍ଗର କାରରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । ପରେ ସେଠାରେ ବନ୍ଧୁକ ଦେଖାଇ ଆତଙ୍କରାଜ ଚଳାଇଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ହେଲେ ପୋଲିସ ହାତରୁ ଖସିଯିବା ପାଇଁ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଏକ ଥାର ଗାଡ଼ି ଜବତ କରିଛି ।ପୋଲିସ ଗାଡିରୁ କିଛି ମୋବାଇଲ ଓ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି ।

Exit mobile version