ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଡେରା ପକାଇ ବସିଥିବା ଅଣଛାତ୍ରଙ୍କୁ ‘ଅପରେସନ ବ୍ଲୁ ଷ୍ଟାର’ ଜରିଆରେ ତଡ଼ାଯିବା ପରେ ‘ଅପରେସନ୍ ଅଲଆଉଟ୍ ଆରମ୍ଭ ହୋଇଛି । ବାଣୀବିହାର ପରିସରରେ ସରକାରୀ କ୍ୱାଟର୍ସଗୁଡ଼ିକରେ ରହୁଥିବା ଅଣକର୍ମଚାରୀଙ୍କୁ ଗୁରୁବାର ଖାଲି କରାଯାଇଛି ।ଆଜି ସକାଳୁ ସକାଳୁ ପୁଣି ଥରେ’ କ୍ୱାଟର୍ସ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ନିଜେ କୁଳପତି ମଧ୍ୟ ଉପସ୍ଥିତ ରହିଛନ୍ତି । କୁଳପତିଙ୍କ ସୂଚନା ଆଧାରରେ ପ୍ରାୟ ୫୦ କ୍ୱାଟର୍ସକୁ ଖାଲି କରାଯାଉଛି । ଯେଉଁଠାରେ କୌଣସି ସରକାରୀ କର୍ମଚାରୀ ରହୁନଥିଲେ ବୋଲି ଜଣାପଡ଼ିଛି । ପ୍ରଥମେ ନୋଟିସ୍ ପରେ କିଛି ଲୋକ ସ୍ୱତଃପ୍ରତଃଭାବେ ଖାଲି କରିଥିବାବେଳେ ଆଜି ଆଉ କିଛି ଜଣଙ୍କୁ ବାହାର କରାଯାଉଛି ଏବଂ କ୍ୱାଟର୍ସ ଗୁଡ଼ିକରୁ ସମସ୍ତ ଜିନିଷ ପତ୍ର ବାହାର କରାଯାଇ ସମ୍ପୂର୍ଣ୍ଣ ଖାଲି କରାଯାଉଛି । ସନ୍ଧ୍ୟା ସୁଦ୍ଧା କ୍ୱାଟର୍ ଗୁଡ଼ିକରେ ପାଣି ଏବଂ ବିଜୁଳି ଯୋଗାଣ ମଧ୍ୟ ବନ୍ଦ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି ।
ବାଣୀବିହାରରେ ‘ଅପରେସନ୍ ଅଲଆଉଟ୍’
