ବ୍ରହ୍ମପୁର: ମହାନଗର ନିଗମ ଅଧୀନରେ ବିଭିନ୍ନ ସ୍ଥାନରେ ନିଃସହାୟ ଗରୀବମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ମହତ୍ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବଣ୍ଟନ କାର୍ଯ୍ୟରେ ଅର୍ବାନ୍ ବ୍ୟାଙ୍କ୍ ସଭାପତି ଆର୍. ମୁରଲୀ ମୋହନ, ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ମୁକୁନ୍ଦ ଗୌଡ଼, ବିଜୟ ଭାସ୍କର ସିଂ ସାମନ୍ତ, ଟି. ତିରୁପତି ପାତ୍ରଙ୍କ ସମେତ ବହୁ ଯୁବ ସମାଜସେବୀ ଉପସ୍ଥିତଥିଲେ । ଏହି ଅବସରରେ ୧୦୦ରୁ ଊର୍ଦ୍ଧ୍ୱ କମ୍ବଳ ବଣ୍ଟନ କରାଯାଇଥିଲା ।
ବାସହୀନ ଗରୀବ ନିଃସହାୟମାନଙ୍କୁ କମ୍ବଳ ବଣ୍ଟନ
