Nababharat News

ବାହୁଡା଼ ଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର:ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ

ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ(ବାହୁଡ଼ା ଦଶମୀ)। ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ l ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷ ହୋମ ଶେଷ ହୋଇଛି । ଏହା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ୬ଟା ୪୫ ମଧ୍ୟରେ ଖେଚୁଡ଼ି ଭୋଗ ଲାଗି କରାଯିବ । ଏହା ପରେ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ମଧ୍ୟରେ ସେନା ପଟା ଲାଗି କରାଯିବ । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ପହଣ୍ଡି ଆରମ୍ଭ ହେବ । ଏହାପରେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭହେବ ବୋଲି ସୂଚନା ଦିଆଯାଇଛି lମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା lସେପଟେ ବାହୁଡ଼ା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ ଟ୍ରାଫିକ୍ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାକୁ ପୂର୍ବପରି ବଳବତ୍ତର ରଖାଯାଇଛି ।

Exit mobile version