ଭୁବନେଶ୍ୱର: ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୌତମ ବୁଦ୍ଧ ଦାସ ଏପର୍ଯ୍ୟନ୍ତ ଆୟୁଷ୍ମାନ କାର୍ଡ ପାଇଥିବା ଏବଂ ଏପର୍ଯ୍ୟନ୍ତ କାହାକୁ ମିଳିନାହିଁ ସେ ବିଷୟରେ ସୂଚନା ମାଗିଥିଲେ । ଏହା ସହିତ, ସେ ଏହି ବିଷୟରେ ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ୍ମାନ କାର୍ଡ ବଣ୍ଟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରକାଶ କରି କହିଛନ୍ତି ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୩.୪୬ କୋଟି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧.୪୭ କୋଟି ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି । ସରକାର ଏହି କାର୍ଡଗୁଡ଼ିକୁ ମୁଦ୍ରଣ, ବ୍ରାଣ୍ଡିଂ ଏବଂ ବଣ୍ଟନ ପାଇଁ ଯଥେଷ୍ଟ ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଅନୁଦାନରୁ କାର୍ଡ ମୁଦ୍ରଣ ଏବଂ ବଣ୍ଟନ ପାଇଁ ୬ କୋଟି ୨୬ ଲକ୍ଷ ୮୮ ହଜାର ୦୫୯ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଅନୁଦାନରୁ କାର୍ଡ କଭର କିଟ୍ ପାଇଁ ୧୦ କୋଟି ୨୫ ଲକ୍ଷ ୯୭ ହଜାର ୫୮୦ ଟଙ୍କା ଖର୍ଚ୍ଚ କରାଯାଇଛି l
୧.୪୭ କୋଟି ହିତାଧୀକାରୀଙ୍କୁ ମିଳିଛି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ
