Nababharat News

ଲାଞ୍ଚ ନେବା ବେଳେ ଫସିଲେ ନାଚୁଣୀ ଥାନାର ASI ଅକ୍ଷୟ ସେଠୀ

ଭୁବନେଶ୍ବର: ଜମିଜମା ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୋଲିସ ଅଧିକାରୀ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସ୍‌ଆଇ (ASI) ଅକ୍ଷୟ କୁମାର ସେଠୀ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ରଙ୍ଗେହାତ ଗିରଫ କରିଛି। ଏକ ଜମିଜମା ବିବାଦର ସମାଧାନ କରିବା ପାଇଁ ASI ଅକ୍ଷୟ ସେଠୀ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ। ତେବେ ଅଭିଯୋଗକାରୀ ଜଣକ ଲାଞ୍ଚ ଦେବାକୁ ଚାହିଁ ନଥିଲେ ଏବଂ ଏନେଇ ପୂର୍ବରୁ ହିଁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ସେଠାରେ ଓତପାତି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Exit mobile version