Nababharat News

ହର୍ମୁଜରେ ଫସିଥିବା ଓଡ଼ିଆ ମେରାଇନ ଅଫିସର ଅଶୋକ ଦୀକ୍ଷିତ ଓଡିଶା ଫେରିଲେ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ ଓଡ଼ିଆ ପୁଅ ଅଶୋକ ଦୀକ୍ଷିତ। ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି। ନିଜ ଜନ୍ମ ମାଟିରେ ପହଂଚିଛନ୍ତି ଅଶୋକ। ଏନେଇ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ ଖେଳିଯାଇଛି। ୩୬ ଦିନର ସେହି ବିପଦଜନକ ଯାତ୍ରାକୁ କ୍ୟାମେରା ଆଗରେ ବଖାଣିଛନ୍ତି ନିଜେ ଅଶୋକ। ଗ୍ୟାସ ସିଲିଣ୍ଡର ଭରା ଜାହାଜ ଉପରେ ଉତକ୍ଷେପଣ ହେଉଥିବା ମିସାଇଲ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ବୋଲି କହିଛନ୍ତି ଅଶୋକ। କେବଳ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ଫେରିବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ଅଶୋକ। ଯୁଦ୍ଧ ସମୟର ଭୟାନକ ଦୃଶ୍ୟ ବିଷୟରେ ବଖାଣିଲେ ଅଶୋକ ଦୀକ୍ଷିତ। କିଛି ଦିନ ତଳେ ଯୁଦ୍ଧ ବୀଭିଷିକା ଭିତରେ ଫସିରହିଥିବା ଦୁଇଟି ଗ୍ୟାସ୍ ବୋଝେଇ ଜାହାଜ ଭାରତ ଆସିଥିଲା। ଏହି ଜାହାଜରେ ଭାରତରେ ଆସି ପହଞ୍ଚିଥିଲେ ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତ। ବଡ଼ କଠିନ ପରିସ୍ଥିତିରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପାର୍ କରି ଜାହାଜ ଆଣିଥିଲେ ଓଡ଼ିଆ ପୁଅ ଅଶୋକ। ତେବେ ସେ ସମୟରେ ସେ ଡ୍ୟୁଟିରେ ଥିବାରୁ ଘରକୁ ଆସିପାରିନଥିଲେ। ଏବେ ଓଡ଼ିଶା ଫେରି ଭୁବନେଶ୍ବର ମାଟିରେ ପାଦ ରଖିବା ପରେ ଗଣମାଧମ ଆଗରେ ହର୍ମୁଜର ଅପାସୋରା କଥାକୁ ବଖାଣିଛନ୍ତି ଅଶୋକ।
ସୂଚନାଯୋଗ୍ୟ, ଏଲପିଜି ଭର୍ତ୍ତି ଗ୍ୟାସ ଜାହାଜ ନେଇ ମଝି ସମୁଦ୍ରରେ ଫସି ରହିଥିଲେ ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ସୁରକ୍ଷିତ ଉଦ୍ଧାର ନେଇ ସେ ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଥିଲେ। ପ୍ରତି ମୂହୂର୍ତ୍ତରେ ଇରାନ ପଟୁ ଟର୍ମିନାଲ ଉପରେ ମିଶାଇଲ ଆକ୍ରମଣ ଚାଲିଥିବା ସେ ଭିଡିଓରେ କହିଥିଲେ । ତେବେ କାତାରର ଏୟାର ଡିଫେନ୍ସ ସିଷ୍ଟମ ସବୁ ମିଶାଇଲକୁ ଆକାଶରେ ହିଁ ନଷ୍ଟ କରୁଥିବା ସେ କହିଥିଲେ । ତାଙ୍କ ଜାହାଜ ନିକଟରେ କିଛି ମିଶାଇଲ ଧ୍ବଂସାବିଶେଷ ପଡି ରହିଥିଲା ବୋଲି ସେ ଭିଡିଓରେ ଜଣାଇଥିଲେ ।

Exit mobile version