Nababharat News

ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ସ୍ଥାନୀୟ କରଣ ସାହି କ୍ଲଷ୍ଟରର ସାଧନ କର୍ମୀ ପରମେଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବରରେ ପାଳିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଛାତ୍ରଛାତ୍ରୀଙ୍କ ଉନ୍ନତି କଳ୍ପେ ଅଭିଭାଷଣ ପ୍ରଦାନ କରିଥିଲେ । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଜଗନ୍ନାଥ ଭୂୟାଁ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ଉନ୍ନତି କଳ୍ପେ ବକ୍ତବ୍ୟ ପ୍ରଦାନ କରିଥିଲେ । 

ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବେହେରା ବିଦ୍ୟାଳୟର ମୁଖପତ୍ର ଅକ୍ଷର ପତ୍ର ଉନ୍ମୋଚନ କରି ଛାତ୍ରଛାତ୍ରୀମାନଙ୍କୁ ଭୂୟଁସୀ ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ନିହାରିକା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଅଭିଭାବକମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରିଥିଲେ । ଉକ୍ତ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ଓ ଅତିଥି୍‌ଗଣ ସନ୍ତୋଷ ପ୍ରକଟ କରିଥିଲେ । ପରିଦର୍ଶକ ବିଦ୍ୟାଳୟ ଅଭିଲେଖାରେ ନିଜ ସୁମନ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଶିବାଶଙ୍କର ସ୍ୱାଇଁ ଚଳିତ ବର୍ଷ ବୃତ୍ତି ପାଇଥିବା ଯୋଗୁଁ ଗୋଷ୍ଠୀ ଶିକ୍ଷାଧିକାରୀ ଉକ୍ତ ଛାତ୍ରକୁ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ କପ୍ ପ୍ରଦାନ କରିଥିଲେ । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିହାରିକା ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକ ଧନ୍ୟବାଦ୍ ଅର୍ପଣ କରିଥିଲେ । 

Exit mobile version