ଭୁବନେଶ୍ୱର: ଝାରପଡ଼ା ଜେଲରୁ ବାହାରିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ଦୁଇ ମାସରୁ ଅଧିକ ଦିନ ଧରି ଜେଲରେ ଥିଲେ ଅମରେଶ ଜେନା। ଜେଲରୁ ବାହାରିବା ପରେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ସମର୍ଥକମାନେ । ପୁଷ୍ପ ମାଲ୍ୟ ସହ ଆଳତି କରିଛନ୍ତି ମହିଳା ସମର୍ଥକ । ଏହାପରେ ବାଜା ବଜାଇ ବିରାଟ ପଟୁଆରରେ ଅମରେଶ ଜେନାଙ୍କୁ ପାଛୋଟି ନେଇଥିଲେ ଶୁଭେଛୁ । ଜେଲରୁ ବାହାରିବା ପରେ ଅମରେଶ କହିଛନ୍ତି ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା। ନ୍ୟାୟାଳୟ ଉପରେ ମୋର ପୁରା ଭରସା ଅଛି ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ଅମରେଶ। ସୂଚନାଯୋଗ୍ୟ ଯେ, ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ ଦେବା ମାମଲାରେ ଗିରଫ ହୋଇଥିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୨୫ହଜାର ଟଙ୍କିଆ ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ଦେଇଥିଲେ ।
ଜେଲରୁ ବାହାରିଲେ ଅମରେଶ ଜେନା
