Nababharat News

ପଲାଶ ପଲ୍ଲୀରେ ଆମ ବସ ଦୁର୍ଘଟଣା : ବ୍ୟକ୍ତି ଗୁରୁତର

ଭୁବନେଶ୍ୱର : ସୋମବାର ରାତିରେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଆମ ବସ ମାଡିଯାଇଥିଲା । ଦୁର୍ଘଟଣାପରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଥିଲା । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଛନ୍ତି । ଗାଡ଼କଣ ଯାତ୍ରା ପଡ଼ିଆରୁ ଟ୍ରିପ ବାତିଲ ହେବା ପରେ ଆମ ବସ୍ ଡିପୋକୁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଆମ ବସ୍ ଦୁର୍ଘଟଣା ପରେ କ୍ରୁଟ୍ ପକ୍ଷରୁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଖବର ପାଇ କ୍ରୁଟ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ବୃଦ୍ଧ ସାଇକେଲ ଆରୋହୀଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ନେଇ ଯାଇଥିଲେ । ପୀଡିତ ବୃଦ୍ଧଙ୍କ ଆବଶ୍ୟକୀୟ ସମସ୍ତ ସହାୟତା ପ୍ରଦାନ ନେଇ କ୍ରୁଟର ପ୍ରତିନିଧି ଡାକ୍ତରଖାନାରେ ଉପସ୍ଥିତ ଥିଲେ । ଏସଓପି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୫୦,୦୦୦ ଟଙ୍କା କ୍ଷତିପୂରଣ ଓ ଆବଶ୍ୟକ ଡାକ୍ତରୀ ସହାୟତା ଯୋଗାଇଦିଆଯାଉଛି ।

Exit mobile version