Nababharat News

୧୩ ଜଣ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ପୁଣିଥରେ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିବା ସହ ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଗତ ଦୁଇଦିନ ତଳେ ଜାରି ହୋଇ ୪୭ଜଣିଆ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାର ଏହା ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି । ପୂର୍ବ ବଦଳି ସମୟରେ ଯେଉଁ କିଛି ପ୍ରଶାସନିକ ତ୍ରୁଟି ରହିଥିଲା ତାକୁ ସୁଧାରି ରାଜ୍ୟ ସରକାର ଆଜି ଏହି ବଦଳି ତାଲିକା ଜାରି କରିଥିବା ଜଣାପଡ଼ିଛି । ୨୦୨୩ ବ୍ୟାଚର ୮ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଟ୍ରେନିଂରୁ ଫେରିଥିବା ୨୦୨୩ ବ୍ୟାଚର ୮ଜଣ ଆଇଏଏସ୍ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଆଇଏଏସ୍ ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆଇଏଏସ୍ ପ୍ରଣୀତା ଦାଶଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ ପଂଚପୀର-କରଞ୍ଜିଆ ଉପଜିଳ୍ଲାପାଳ, ଅଭିଷେକ ଦିଲୀପ ଦୁଧାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ଆସ୍ନି ଏ ଏଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି. ସରଭାନନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବୀୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

Exit mobile version