Nababharat News

ଆଜି ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ପାଳୁଛି ୭୮ ତମ ପ୍ରତିଷ୍ଠା ଦିବସ। ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠା ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠୀ ଦେଖିବାକୁ ମିଳିଛି ଆଲୋକ ମାଳାର ସାଜସଜ୍ଜା । ବେଶ ଆଡମ୍ବରରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ୟ୍ୟକ୍ରମ ରହିଛି। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ଆଜି ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ “ରାଜଧାନୀ ଗୌରବ ସମ୍ମାନ” ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନେ ସମ୍ମାନିତ ହେବେ। ଏଥି ସହିତ ଓଡ଼ିଆ ସଂସ୍କୃତିକ ରଙ୍ଗରେ ଭରିଥିବା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋମୁଗ୍ଧ କରିବ। ସେହିପରି ଦ୍ୱିତୀୟ ଦିନ ଅପ୍ରିଲ ୧୪ରେ ମଧ୍ୟ ଉତ୍କଳ ମଣ୍ଡପରେ ଓଡ଼ିଆ ପକ୍ଷ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।

Exit mobile version