Nababharat News

ବ୍ରହ୍ମପୁର ରେଳଷ୍ଟେସନରୁ ୩୪ ଜଣ ଶିଶୁ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରୁ ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଟ୍ରେନରୁ ୩୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ସଂବ୍ରହ୍ମପୁର ଖ୍ୟାଲଘୁ ସଂପ୍ରଦାୟର ଶିଶୁ ଅଧିକାଂଶ ଥିବା ଜଣାପଡିଛି। ଉଦ୍ଧାର ଶିଶୁଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ ହେବ। ଶନିବାର ସନ୍ଧ୍ୟା ୭ଟା ବେଳେ ହାୱାଡାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସରେ ପ୍ରାୟ ୫୦ ଜଣ ଶିଶୁ ଯାତ୍ରା କରୁଥିବା ରେଳ ସୁରକ୍ଷା ବଳକୁ ଖବର ମିଳିଥିଲା। ସେହିକ୍ରମରେ ସନ୍ଧ୍ୟାରେ ଟ୍ରେନଟି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫ ପକ୍ଷରୁ ଟ୍ରେନ ବଗି ଭିତରୁ ୩୪ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏତେ ସଂଖ୍ୟକ ଶିଶୁ ଏକାଠି କୁଆଡେ ଯାଉଥିଲେ ଓ ସେମାନଙ୍କୁ କିଏ କ’ଣ ପାଇଁ ନେଇଥିଲା ସେ ସମ୍ପର୍କରେ ଆରପିଏଫ ପକ୍ଷରୁ ତଦନ୍ତ କରାଯାଉଛି। ଶିଶୁଙ୍କୁ ସହ ଟ୍ରେନରେ ଯାତ୍ରା କରୁଥିବା ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

ସୂଚନାଥାଉ କି, ନିକଟରେ କଟକ ରେଳ ଷ୍ଟେସନରୁ ୫୯ଜଣ ମୁସ୍‌ଲିମ୍‌ ସଂପ୍ରଦାୟର କିଶୋର ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ବିହାରର ଆରାରିଆ ଅଞ୍ଚଳରୁ ସାଲେପୁର ଅଞ୍ଚଳକୁ ଅଣାଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ଶିଶୁଙ୍କୁ ଉଦ୍ଧାର ପରେ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଥିବାବେଳେ ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ପ୍ରକାଶ ଥାଉକି, ଏଭଳି ଭାବେ ୧୬୫ଜଣ ସଂଖ୍ୟାଲଘୁ ଶିଶୁ ଓ କିଶୋରଙ୍କୁ ବିହାରରୁ ମଧ୍ୟପ୍ରଦେଶ ନିଆଯାଉଥିବାବେଳେ ରେଳସୁରକ୍ଷା ଅଧିକାରୀ ଉଦ୍ଧାର କରିଥିଲେ। ତେବେ ଏତେସଂଖ୍ୟକ ଶିଶୁ ଓ କିଶୋରଙ୍କୁ କିଏ ଓ କାହିଁକି ତଥା କେଉଁ ଉଦ୍ଦେଶ୍ୟରେ ଆଣୁଛି, ସେଥିନେଇ ତଦନ୍ତ ଜୋର୍‌ଦାର କରାଯାଉଛି।

Exit mobile version