Nababharat News

ଗୁରୁକୂଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ପାଳିତ 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସାମଗ୍ରିକ ବ୍ୟକ୍ତି ବିକାଶର ମୁଖ୍ୟ ଆୟୁଧ ଶିକ୍ଷା ଅଟେ । ଏନେଇ ପ୍ରତ୍ୟେକ ବିଦ୍ୟାର୍ଥୀ ସଚେତନ ରହିବା ଦରକାର । ସ୍ଥାନୀୟ ଗୁଡସ୍‌ରୋଡ୍‌ସ୍ଥିତ ଗୁଳୁକୂଳ ଇଣ୍ଟର ନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ତମ ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଛାତ୍ର ସମାଜର ଭବିଷ୍ୟତ ହୋଇଥିବା ବେଳେ ଏହି ଭବିଷ୍ୟତକୁ ଉତ୍ତମ ରୂପେ ଗଢ଼ି ତୋଳିବାର ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କର ଦାୟିତ୍ୱ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦର ପୂର୍ବତନ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା ଓ ରଞ୍ଜନ କୁମାର ପଲେଇ, ପୂର୍ବତନ କର୍ପୋରେଟର ଜଗନ୍ନାଥ ସାବତ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବାର୍ଷିକ ଉତ୍ସବରେ ଡ଼. ନାରାୟଣ ମିଶ୍ର,  ଡ଼ା. ରବି କୁମାରଙ୍କୁ ଉତ୍ତମ ଚିକିତ୍ସା କ୍ଷେତ୍ରରେ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିବା ବେଳେ ଆଇନ୍ ଶୃଙ୍ଖଳା ପାଇଁ ଗୋସାଇଁନୂଆଗାଁ ଥାନା ଆଇଆଇସି ସ୍ମୃତି ପ୍ରଧାନଙ୍କୁ ମଧ୍ୟ ଏଠାରେ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।

ଗୁରକୁଲ୍ ଇଣ୍ଟରନ୍ୟାସନାଲ୍‌ର ଚେୟାରମ୍ୟାନ୍ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରି ତାଙ୍କ ଅନୁଷ୍ଠାନ ସମସ୍ତ ପ୍ରକାର ଆଧୁନିକ ଜ୍ଞାନ କୌଶଳ ଓ ଗୁଣବତ୍ତା ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବା କଥା କହିଥିଲେ । ସମ୍ପାଦିକା ଅନିତା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ସ୍କୁଲର ଅଧ୍ୟକ୍ଷା ମଧୁସ୍ମିତା ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କୃତି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version