Nababharat News

୧୧ କେଭି ତାର ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ, ୨ ଗୁରୁତର

ଢେଙ୍କାନାଳ: ଦଣ୍ଡଯାତ୍ରା ପାଇଁ ଟେଣ୍ଟ ପ୍ରସ୍ତୁତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ୩ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ l ସୂଚନା ଅନୁଯାୟୀ ଦଣ୍ଡୁଆମାନେ ଗ୍ରାମରେ ମାଆ କାଳୀଙ୍କ ଦଣ୍ଡ ନାଚ ପାଇଁ ରବିବାର ସନ୍ଧ୍ୟା ସମୟରେ ଷ୍ଟେଜ ପାଇଁ ଟେଣ୍ଟ ବାନ୍ଧୁଥିଲେ। ଏହି ସମୟରେ ଟେଣ୍ଟର ଏକ ଷ୍ଟିଲ୍ ବାର୍ ଅସାବଧାନତା ବଶତଃ ଉପରେ ଯାଇଥିବା ୧୧ କେଭି ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସେଠାରେ ଥିବା ୫ ଜଣ ଦଣ୍ଡୁଆ ଗୁରୁତର ଭାବେ ଝଟକା ଖାଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ମିଳନ ମହାଳିକ (୩୪), ଲକ୍ଷ୍ମୀଧର ସାହୁ (୨୪) ଏବଂ ସୁଧାକର ସାହୁ (୪୦)। ଏହି ଘଟଣାରେ ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ହୋଇ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏଭଳି ଏକ ଅଘଟଣ ପାଇଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version