ଭୁବନେଶ୍ୱର: ମହାନଗର ନିଗମ ର ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର । ଏନେଇ ସମୀକ୍ଷା କରିଛନ୍ତି ବିଏମ ମେୟର ଓ କମିଶନର ।ରବିବାର ସକାଳୁ ସକାଳୁ ବିଏମ୍ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବରରେ ଥିବା ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିଛନ୍ତି । ଏହାସହ କିପରି ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବ । ସେନେଇ ଆଲୋଚନା ଏବଂ ସମୀକ୍ଷା ମଧ୍ୟ କରିଛନ୍ତି । ଖୁବଶୀଘ୍ର ମାଛ ମାର୍କେଟରେ ଥିବା ବେଆଇନ୍ ଘରକୁ ଭଙ୍ଗାଯିବ ନେଇ ମଧ୍ୟ ଆଲୋଚନା ହୋଇଛି ।ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ୪ ନମ୍ବର ମାଛ ମାର୍କେଟର ନବକଳେବର ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ଖାସ୍ କରି ମାଛ ମାର୍କେଟରେ ହେଉଥିବା ଭିଡ଼ ଏବଂ ବେଆଇନ୍ ପାର୍କିଂକୁ କିପରି ସଠିକ୍ ଭାବେ ପରିଚାଳନା କରାଯିବ । ସେନେଇ ଯୋଜନା କରାଯାଇଥିଲା ।
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ, ସମୀକ୍ଷା ପରେ ମେୟର ଙ୍କ ସୂଚନା
