Nababharat News

ସାଢେ ୧୨ ପର୍ଯ୍ୟନ୍ତ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର: ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସ୍‌ସିବି ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ-ବିଜେଡି ବିଧାୟକଙ୍କ ହୋହଲ୍ଲା କରିଥିଲେ। ପୁର୍ନବାର ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।

Exit mobile version