Nababharat News

ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ:ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ଅଛି। ଲୋକଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗ୍ୟାସ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ତା’ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ କୌଣସି ଗ୍ୟାସ ସଙ୍କଟ ନାହିଁ । ସିଲିଣ୍ଡର ଗ୍ୟାସ ଉପଲବ୍ଧ ଥିବାରୁ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିବାବେଳେ, ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଛନ୍ତି ।ଏହା ଫଳରେ ବିଶେଷକରି ରେଷ୍ଟୁରାଣ୍ଟ ଓ ହୋଟେଲ ବ୍ୟବସାୟୀମାନଙ୍କ ସମସ୍ୟା ଦୂର ହେବ । ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଥିବାରୁ, ଶୀଘ୍ର କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି। ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହା ପୂରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି l

Exit mobile version