Nababharat News

ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ; ସ୍ପଷ୍ଟୀକରଣ ଦେବାକୁ କହିଲେ ହାଇକୋର୍ଟ

ଭୁବନେଶ୍ୱର:ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ ।ତେବେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ ଏବେ ରତ୍ନ ଭଣ୍ଡାରରେ ଅଛି କି ନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଯାହା ଉପରେ ଆଗାମୀ ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ ।

Exit mobile version