Nababharat News

ବିଚାରଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ:ରବିବାର ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ଝୁଲନ୍ତା ମୃତ ଦେହ ଶୌଚାଳୟରୁ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତିରଞ୍ଜନ ସ୍ୱାଇଁ l୨୦୨୩ରେ ଏକ ଦୁଷ୍କର୍ମ ଅଭିଯୋଗରେ ଦୀପ୍ତି ରଞ୍ଜନ ଗିରଫ ହୋଇଥିଲେ । ଆଜି ଝୁଲନ୍ତା ଅବସ୍ଥାରେ ଶୌଚାଳୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛି । ଆଗାମୀ ଦିନରେ କୋର୍ଟରେ ଶୁଣାଣି ଥିଲା । ସେ ଜେଲରୁ ବାହାରିବାର ସମ୍ଭାବନା ଥିଲା । ତେଣୁ ତାଙ୍କୁ ଜେଲରେ କେହି ହତ୍ୟା କରିଥିବା ଦୀପ୍ତିରଞ୍ଜନଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Exit mobile version